Odia Digital Plus

Odia Digital Plus News

ସୌମ୍ଯାଶ୍ରୀଙ୍କ ଆତ୍ମହତ୍ୟାର ଘଟଣାବଳୀ …..

‎୩୦-୦୬-୨୫ – କଲେଜ ପ୍ରିନ୍ସପାଲଙ୍କୁ ଲିଖିତ ଅଭିଯୋଗ ସୋସିଆଲ ମିଡ଼ିଆରେ ପ୍ରଘଟ ହେବା ପରେ ଘଟଣା ଲୋକଲୋଚନକୁ ଆସିଲା। ତା’ଆଗରୁ ଏକଥା କାହାରିକୁ ଜଣାନଥିଲା।

‎୦୧-୦୭-୨୫ – ଏବିଭିପି ତରଫରୁ କଲେଜରେ ଆନ୍ଦୋଳନ, କଲେଜ ପ୍ରିନ୍ସପାଲଙ୍କ ସହିତ ଆଲୋଚନା, ଆଲୋଚନା ସମୟରେ ପ୍ରିନ୍ସପାଲ ପୋଲିସର ସାହାଯ୍ୟ ମାଗିଥିଲେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ଜଣେ ଏଡ଼ିସନାଲ ଏସପିଙ୍କୁ ପଠାଇଥିଲେ। ଆଲୋଚନାରେ ନିଷ୍କର୍ଷ ହେଲା ଅଭିଯୋଗର ତଦନ୍ତ ହେବ ଓ ତଦନ୍ତ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ବିଦ୍ର:- ସଙ୍ଗେ ସଙ୍ଗେ କଂଗ୍ରେସ ଓ ବିଜେଡି଼ ଛାତ୍ର ସଂଗଠନ ମୈଦାନକୁ ଓହ୍ଲାଇଲେ ସୌମ୍ୟଶ୍ରୀଙ୍କୁ ବିରୋଧ କରି ଅଭିଯୁକ୍ତ ସମୀର ସାହୁକୁ ସମର୍ଥନ କରି ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ଲିଖିତ ଆକାରରେ ଜଣାଇଥିଲେ।

‎୦୨-୦୭-୨୫ – ସୌମ୍ଯାଶ୍ରୀଙ୍କ ସହିତ ସାଂସଦଙ୍କ ଆଲୋଚନା, ସମସ୍ତ ବିଷୟରେ ଅବଗତ ହେବାପରେ ସାଂସଦ କଲେଜ ପ୍ରିନ୍ସପାଲଙ୍କୁ ତାଗିଦ କଲେ, ଉତ୍ତରରେ ପ୍ରିନ୍ସପାଲ କହିଲେ ଆମେ ଅଭିଯୋଗର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଛୁ, ୫ ରୁ ୭ ଦିନ ଭିତରେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଶୁଣିବା ପରେ ସାଂସଦ କହିଲେ ଅଭିଯୁକ୍ତ ସମୀର ସାହୁଙ୍କୁ ଛୁଟିରେ ପଠାଇବା ପାଇଁ ନହେଲେ ତଦନ୍ତ ପ୍ରଭାବିତ ହେବ। ତା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏବାବଦରେ ଅବଗତ କରାଇଛନ୍ତି।

‎ଗୋଟିଏ ସ୍ଵୟଂଶାସିତ ମହାବିଦ୍ୟାଳୟର ନିଜସ୍ବ କ୍ଷମତା ରହିଛି,  ଝିଅ ପୋଲିସରେ ଲିଖିତ ଆବେଦନ କରିନଥିଲା ତେଣୁ ସମସ୍ତେ ତଦନ୍ତ କମିଟିର ରିପୋର୍ଟକୁ ଅପେକ୍ଷା କରିଥିଲେ।
‎ଏହା ବ୍ୟତୀତ ଅନ୍ୟକିଛି କରିବାର ଥିଲା କି ?

‎ସୌମ୍ୟାଶ୍ରୀର ମାନସିକତା ପରିସ୍ଥିତିକୁ ଆକଳନ କରି ସାଂସଦ ପ୍ରାୟ ୪୫ ମିନିଟ ତାକୁ ମାନସିକ ଭାବେ ଉଦବୁଦ୍ଧ କରିବା ପାଇଁ ଅନେକ ଉଦାହରଣ ରଖିଲେ, ବୁଝାଇଥିଲେ ଏବଂ ପୋଲିସରେ ଅଭିଯୋଗ ପାଇଁ ପରାମର୍ଶ ଦେଇଥିଲେ। ସାଂସଦଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ପରେ ସୌମ୍ଯାଶ୍ରୀ ପ୍ରତିଜ୍ଞା କଲା ‘ମୁଁ କୌଣସି କିଛି ନକାରାତ୍ମକ ପଦକ୍ଷେପ ନେବି ନାହିଁ, ଲଢ଼େଇ କରିବି’

‎ଯେହେତୁ ଥାନାରେ ଅଭିଯୋଗ ହୋଇନଥିଲା ପୋଲିସ ମଧ୍ୟ ଅପେକ୍ଷା କରିଥିଲା କଲେଜର ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟରେ କଣ ଆସୁଛି, ତାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

‎ଏହା ପରେ ତଦନ୍ତ କମିଟିର ରିପୋର୍ଟକୁ ସମସ୍ତେ ଅପେକ୍ଷା କରୁଥିଲେ, ଇତିମଧ୍ୟରେ କଣ ସବୁ ଘଟୁଥିଲା ତାହା ସୌମ୍ଯାଶ୍ରୀ କାହାକୁ କିଛି ଜଣାଇନଥିଲା। କିନ୍ତୁ ହଠାତ୍ ୧୩ ତାରିଖ ଦିନ ଯାହା ଘଟିଲା ତାହା ସମସ୍ତଙ୍କୁ ବିସ୍ମିତ ଚକିତ କଲା।

‎୧୨-୦୭-୨୫ – ଖବର ପାଇବା ସଙ୍ଗେ ସଙ୍ଗେ ସାଂସଦ ଚିକିତ୍ସା ବିଷୟକୁ ସଂଜ୍ଞାନକୁ ନେଇ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କଲେ ଓ ଉପଯୁକ୍ତ ଚିକିତ୍ସା ପାଇଁ ଭୁବନେଶ୍ବର ଏଏମସ୍ ସ୍ଥାନାନ୍ତରିତ କଲେ। କଲେଜ ଯାଇ ପ୍ରିନ୍ସପାଲଙ୍କ ସହିତ ଆଲୋଚନା କରି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କଲେ, ସାଥିରେ ଆରକ୍ଷୀ ଅଧିକ୍ଷକଙ୍କ ସମତେ ଅଧିକାରୀ ମାନେ ଉପସ୍ଥିତ ଥିଲେ।

‎ତର୍ଜମା ସମୟରେ ତଦନ୍ତ କମିଟିର ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ପାଇଲେ। ପୋଲିସକୁ କହି ସମସ୍ତ ନଥିପତ୍ର ଜବତ୍ କରାଇଲେ। ଜଣା ପଡ଼ିଲା ତଦନ୍ତ କମିଟି ରିପୋର୍ଟ ସାଂସଦକୁ ଜଣାଇବା ପୁର୍ବରୁ, ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପୁର୍ବରୁ, ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବା ପୁର୍ବରୁ କଲେଜ ପ୍ରିନ୍ସିପାଲ ସୌମ୍ଯାଶ୍ରୀଙ୍କୁ ଏକପ୍ରକାର ହତୋତ୍ସାହିତ କରିଥିଲେ, ଯଥା ତଦନ୍ତ ରିପୋର୍ଟ ତୋ ବିରୁଦ୍ଧରେ ଯାଇଛି, ତୋ ଅଭିଯୋଗ ଭିତ୍ତିହୀନ, ତୁ ଅଭିଯୋଗ ପ୍ରତ୍ୟାହାର କରିନେ ନହେଲେ ତୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ଇତ୍ୟାଦି ଇତ୍ୟାଦି। ଯାହା ବେନିୟମ ଥିଲା ଓ ସୌମ୍ଯାଶ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲା।

ବିଦ୍ର:- ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଜଣା ପଡ଼ିଲା ଓ ସୌମ୍ଯାଶ୍ରୀଙ୍କ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି଼ ଛାତ୍ର ସଂଗଠନ ଓ କିଛି ଅଧ୍ୟାପକ ତାଙ୍କୁ ଟାହିଟାପରା ଓ ମାନସିକ ନିର୍ଯାତନା ଦେଉଥିଲେ

‎ଏହାପରେ ବିଚାର କରନ୍ତୁ ସମଗ୍ର ଘଟଣାକ୍ରମରେ କିଏ ଅବହେଳା କରିଛନ୍ତି କିଏ ଦାଇତ୍ୱ ତୁଲାଇଛନ୍ତି ?