
କେନ୍ଦୁଝର: ବଜ୍ରାଘାତରେ ଶାଶୁ-ବୋହୂଙ୍କ ମୃତ୍ୟୁ
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଶାଶୁ ରୁକ୍ମିଣୀ ନାୟକ (୫୦) ଓ ତାଙ୍କ ବୋହୂ ଲବଣୀ ନାୟକ (୨୮)ଙ୍କର ମୃତ୍ୟୁ ହୋଇଛି। ଘଟଣାଟି ବୁଧବାର ଦିନ ଘଟିଥିବା ଜଣାପଡ଼ିଛି। ଉଭୟ ଜମିରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁମୁଖକୁ ପଡ଼ିଥିଲେ। ଏହି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।

Leave a Reply